Talapadeswari Sahitya Ashar

ବାଣୀ ବିହାର କେନ୍ଦ୍ର ସ୍ଥାନରେ ପୂର୍ବରୁ ରହିଥିବା ଦେବାୟତନରେ ଅଧିଷ୍ଠିତା ମା ତାଳପଦେଶ୍ୱରୀ

ତାଳପଦେଶ୍ୱରୀ ସାହିତ୍ୟ ଆସର

ଏହି ସବୁଜ ଅନୁଷ୍ଠାନଟି ବିକଶିତ ହୋଇଛି ଓଡିଶାର ସାରସ୍ୱତ ଶିକ୍ଷା ଅନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ କେନ୍ଦ୍ରା ଳରେ ଆଦିମ କାଳରୁ ବିଦ୍ୟମାନ ଦେବୀ ତାଳପଦେଶ୍ୱରୀ ଠାକୁରାଣୀଙ୍କ ଆବିର୍ଭାବ ସ୍ଥାନରେ । ୧୯୯୭-୯୮ ମସିହାରେ ବାଣୀବିହାରର କେତେଜଣ ସାହିତ୍ୟାନୁରାଗୀ ବିଦ୍ୟାର୍ଥୀ କବିତାପାଠ କରିବାର ଆଗ୍ରହରୁ ଏହି ଅନୁଷ୍ଠାନର ଅଙ୍କୁରୋଦ୍ଗମ ହୋଇଛି । ପରେ ପରେ ଜଣଙ୍କ ପରେ ଜଣେ ଅଧ୍ୟାପିକା, ପ୍ରଫେସର ଆଉ ଭାଷା ସାହିତ୍ୟକୁ ଆଦର କରୁଥିବା ବ୍ୟକ୍ତି ବିଶେଷ ଏହା ସହିତ ସମ୍ପୃକ୍ତ ହୋଇ ଆସରଟିକୁ ସୁସଂଗଠିତ କରି ନିୟମିତ କବିତା ଆବୃତି ବଳରେ ସୃଜନଶୀଳତାର ପରାକାଷ୍ଠା ଦର୍ଶାଇପାରିଛନ୍ତି । ଆସର ଆଜି ଦ୍ୱାବିଂଶ ବର୍ଷ ଯୌବନରେ ପଦାର୍ପଣ କରିଛି ।

ଆଜି ଏହି ଅନୁଷ୍ଠାନଟି ସବୁରି ହୃଦୟରେ ପରିଚିତି ଲାଭ କରିପାରିଛି । ଅନେକ ଆସରର ସଭ୍ୟ ଓଡିଆ ଭାଷା ସାହିତ୍ୟରେ ସୁନାମ ଅର୍ଜନ କରି ତାଳପଦେଶ୍ୱରୀ ସାହିତ୍ୟ ଆସରର ଗୌରବ ବୃଦ୍ଧି କରିଛନ୍ତି । ଏହି ଆସରର ଗୋଟିଏ ଚୁମ୍ବକୀୟ ଗୁଣ ରହିଛି । କୌଣସି ବିଭାଗରେ ଏହା ସୀମିତ ହୋଇନି, ଏହାର ସଭ୍ୟ ବାଣୀବିହାରର କୌଣସି ବିଭାଗର ହୋଇପାରନ୍ତି । ପ୍ରତିବର୍ଷ ଅନ୍ୟୂନ ଚାରିଗୋଟି କବିତାପାଠ ଉତ୍ସବ ମୁଣ୍ଡି ମାରେ ମାର୍ଚ୍ଚ-ଅପ୍ରେଲରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ । ପ୍ରତିଟି ଉତ୍ସବରେ ବହୁ ବିଜ୍ଞ କଳାକାର, ସାହିତ୍ୟିକ, ସାଧକ ପ୍ରୋତ୍ସାହନ ଦିଅନ୍ତି ସଜ ଫୁଟି ଆସୁଥିବା ନବ ସାହିତ୍ୟର ସୃଜନୀ ମାନଙ୍କୁ । ଓଡିଆ ଭାଷାର ସଂଚାର ପ୍ରକ୍ରିୟାରେ କିଛି ମଳୟ ଆଣିବାକୁ ଉ୍‌ଦବୋଧନ ପାଆନ୍ତି ଅନେକ ବିଦ୍ୟାର୍ଥୀ । ଏମିତି ବର୍ଷକୁ ବର୍ଷ ବୃକ୍ଷର ମଞ୍ଜ ସ୍ତର ସ୍ତର ହୋଇ ବୃଦ୍ଧି ପାଇବା ପରି ପ୍ରତିଭାର ବିକାଶ ହୋଇଛି । ବର୍ଷ ଦୁଇ ତିନିଟାରେ ଶତାବ୍ଦୀର ଏକ-ଚତୁର୍ଥାଂଶ ଆୟୁରେ ପଦାର୍ପଣ କରି ଏହି ଅନୁଷ୍ଠାନଟି ଆଶା ପୋଷଣ କରେ ଶତାୟୁ ଦିଗକୁ । ନିଶ୍ଚିତ ସମ୍ଭବ । ଏହାର ଅନ୍ତର୍ନିହିତ ଆଧ୍ୟାତ୍ମିକ ଆକର୍ଷଣ ଶକ୍ତି ନିଶ୍ଚିତ ରହିଛି । କେନ୍ଦ୍ର ବିନ୍ଦୁରେ ଈଶ୍ୱରୀୟ ଶକ୍ତିର ସ । ଅନୁଭୂତ ହୁଏ ।

ଅନେକଙ୍କ ପରି ପ୍ରଫେସର ବିଜୟିନୀ ମହାନ୍ତି ଏହି ସଂଗଠନର ଜଣେ ପୁରୁଣା ଉପଦେଷ୍ଟା ଆଉ ପୃଷ୍ଠପୋଷକ । ସତେକି ତାଳପଦେଶ୍ୱରୀ ଡକାଇ ନେଇଥିଲେ ଏହି ଅନୁଷ୍ଠାନର ଜନ୍ମଦିନରେ ଜଣେ ଉପଦେଷ୍ଟା ହେବାକୁ, ଆଗ୍ରହୀ ସଭ୍ୟମାନଙ୍କୁ ପ୍ରେରଣା ଦେବାକୁ ଆଉ ପ୍ରକାଶିତ ଭୋର୍ ମାଗାଜିନରେ କବିତାଟିଏ ଦେଇ ନିଜକୁ କବୟିତ୍ରୀର ଆତ୍ମଗର୍ବ ନେବାକୁ । ଏଥିପାଇଁ ବହୁ ବିଦ୍ୟାର୍ଥୀ, ସହକର୍ମୀ ଆଉ ସାହିତ୍ୟାନୁରାଗୀଙ୍କର ପରିଚୟ ତାଙ୍କର । ନିଜେ ଗର୍ବିତା ନିଜ ଆତ୍ମପରିଚୟରେ ଏହି ତାଳପଦେଶ୍ୱରୀ ଅନୁଷ୍ଠାନର ଜଣେ ପ୍ରାଥମିକ ସହଯୋଗୀ ଭାବରେ ଦର୍ଶାଇବାକୁ । ସହଯୋଗ କରିଛନ୍ତି ଆନ୍ତରିକତାର ସହ, ଉପଦେଷ୍ଟା ପ୍ରଫେସର ସଂଘମିତ୍ରା ମିଶ୍ର ଆଉ ପ୍ରଫେସର ବିଷ୍ଣୁପ୍ରିୟା ଓତା । ସଂଗଠନର ସଭାପତି ମାନଙ୍କ ଭିତରେ ଅକୁଣ୍ଠିତ ଚି ରେ ଶ୍ରୀ ଅମୂଲ୍ୟ କୁମାର ଦାଶ ଏହାର ତ ୍ୱାବଧାନରେ ଅଛନ୍ତି, ଆହୁରି ତାଙ୍କ ସାଥୀରେ ଶତ୍ରୁଜିତ୍‌ଙ୍କ ଆଉ ଦେବେନ୍ଦ୍ର ପତିଙ୍କ ପରି ଅଛନ୍ତି ଅନେକ ଚିର ଆସର-ଭକ୍ତ । ତହୁଁ ବଳା ତହୁଁ ବଳା ।

ଅଳ୍ପାୟୁଷରେ କର୍ମକ୍ଷେତ୍ରରୁ ଅପସରି ଗଲେବି ନିଜର ତାଳପଦେଶ୍ୱରୀ ପାଇଁ ଥିବା ମମତାର ଆଧାରରେ ଅନୁଷ୍ଠାନର ଜଣେ କୃତି ସଭ୍ୟଙ୍କୁ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ ପ୍ରଦାନ କରି ଅନୁଷ୍ଠାନ ତାଙ୍କୁ ଉଜ୍ଜୀବିତ କରି ରଖିଛି । ଆସର ବି ଗତିଶୀଳ ।

ତାଳପଦେଶ୍ୱରୀ ଅନୁଷ୍ଟାନ ବିଷୟରେ କିଛି କହିବା ନିହାତି ଆବଶ୍ୟକ ।

ଏହି ଅନୁଷ୍ଠାନଟି ୧୯୯୮ ମସିହାରୁ ଦୀର୍ଘ ୨୨ ବର୍ଷ ମଧ୍ୟରେ ନିଶ୍ଚିତ ଦୀର୍ଘ ପ୍ରସ୍ଥରେ ବୃଦ୍ଧି ପାଇଛି ଆଉ ପାଉଛି । ଏହାର ନିଜସ୍ୱ ବୋଲି କୌଣସି ସ୍ଥାବର ବା ଅସ୍ଥାବର ସମ୍ପ ି ନାହିଁ, ପରିଚୟର କୌଣସି ଠିକଣା ନାହିଁ । ସଭ୍ୟ ମାନଙ୍କର କିଛି ତାଲିକା ନାହିଁ । ବ ର୍ମାନର ଆଗ୍ରହୀ ବିଦ୍ୟାର୍ଥୀ ମାନଙ୍କର ଆନ୍ତରିକତା ଆଉ ସହଯୋଗୀତା ଆଧାରରେ ଏହା ଅଗ୍ରସର । ଏହାର ନିୟମିତତା କେତେ ଜଣ ଶୁଭଚିନ୍ତକ ଉପଦେଷ୍ଟା ଆଉ ପୁରାତନ ସଭ୍ୟ ନିର୍ଣ୍ଣୟ କରିଥାଆନ୍ତି । କିନ୍ତୁ ସାହିତ୍ୟ ଜଗତରେ ସାହିତ୍ୟିକ ଆଉ ବିଶିଷ୍ଟ କଳାକାର ମାନେ ଏହାର ଅଗ୍ରଗତିକୁ ଲକ୍ଷ୍ୟ କରିଥାଆନ୍ତି । ଏହାର ନାଡି କିନ୍ତୁ ଠିକରେ ଚାଲିଥାଏ, ହ୍ୱାଟସ-ଆପ୍ ଆଉ ଫେସ୍‌ବୁକ୍ ଏକ ରକମ ବୁଣି ଚାଲିଥାଏ ସହଯୋଗ ଆଉ ବନ୍ଧନର ଖିଅ । ନିର୍ଦିଷ୍ଟ କାହାର ନାମ ଉଲ୍ଲେଖ ନ କରି ସମସ୍ତେ ଜାଣନ୍ତି କେତେଜଣ ଅବା କେହି ଜଣେ ତାଳପଦେଶ୍ୱରୀ ନାବର ମଙ୍ଗ ଧରି ଆଗେଇ ନେଉଛି । ନିଶ୍ଚୟ ତାଙ୍କ ଆଗରେ ତାଳପଦେଶ୍ୱରୀ ଦେବୀଙ୍କର ଶୁଭାଶିଷ ରହିଛି, ପଛରେ କିନ୍ତୁ ଅଛନ୍ତି ୪ କି ୫ ସହୃଦୟ ବ୍ୟକ୍ତିତ୍ୱ । ଅବଶ୍ୟ ପଛରେ ଅଛନ୍ତି ବିରାଟ ଆସର ସଭ୍ୟ ବାହିନୀ । ସେମାନେ ଏହି ଆସରର ଭବିଷ୍ୟତର ଗତି ନିର୍ଣ୍ଣୟ କରନ୍ତି । ଅନେକ ଚିନ୍ତା କରନ୍ତି ଓଡିଆ ଆସରଟିଏ ସବୁବେଳେ କ୍ଷଣିକ, ଦି ତିନି ବରଷରେ ବାଧକି ପଡିବା ନିଶ୍ଚିତ । କିନ୍ତୁ ଏହି ସକାରାତ୍ମକ ବ୍ୟକ୍ତିମାନଙ୍କର ମାନସିକତା ନେଇ ଏହି ଆଧ୍ୟାତ୍ମିକ ସାହିତ୍ୟ ସୃଜନଶୀଳ ଅନୁଷ୍ଠାନଟି ଆଜି ଯୁବାବସ୍ଥାରେ ଏବଂ ଗତିଶୀଳ ।

ପ୍ରତିବର୍ଷ ମା ତାଳପଦେଶ୍ୱରୀ ମନ୍ଦିରରେ କବିତା ପାଠ ଅନୁଷ୍ଠିତ ହୁଏ । ବାର୍ଷିକ ଉତ୍ସବ ଦିନ ସକାଳୁ ସମସ୍ତେ ଠାକୁରାଣୀଙ୍କୁ ପୂଜା କରି ବର୍ଷର ଭୋର ପୁସ୍ତକ ଉତ୍ସର୍ଗ କରି ସଭା କକ୍ଷକୁ ଆସନ୍ତି । ସଭାରେ ମା ତାଳପଦେଶ୍ୱରୀଙ୍କ ବିଷୟରେ ଉପକ୍ରମ ଦିଅନ୍ତି ସବାପତି । ମା ବାଣୀବିହାର ସ୍ଥାନଟି ଉତ୍କଳ ବିଶ୍ୱବିଦ୍ୟାଳୟ ଭାବରେ ଚୟନ ହେବା ପୂର୍ବରୁ ସେଠାରେ ରହିଥିଲେ ଏବଂ ସେଠାରେ ସାମୟିକ ଭାବରେ ଚତୁର୍ମାସ୍ୟାରେ ଅବସ୍ଥାନ କରୁଥିବା ଗୋପାଳ ମାନେ ବାଡି ଖେଳ କରିବାର ନିକଟସ୍ଥ ଡମଣା ଗାଁରେ ଲୋକକଥା ରହିଛି । ପୁଣି ସେହି ଦେବୀ ବାଣୀବିହାରକୁ ରାଜ୍ୟର ପ୍ରଧାନ ଶିକ୍ଷା କ୍ଷେତ୍ର ଭାବରେ ପ୍ରତିଷ୍ଠା କରିବାରେ ଅଦୃଷ୍ଟ ଶକ୍ତି ବୋଲି ଆଧ୍ୟାତ୍ମିକ ଚେତନାରେ ଚିନ୍ତା କରାଯାଇ ପାରେ । ବାଣୀ ବିହାର ପରିସରରେ ତାଳପଦେଶ୍ୱରୀ ମନ୍ଦିର ପ୍ରତି ଦର୍ଶକଙ୍କର ମାନସିକ ଚେତନାକୁ ନିର୍ମଳ ଭାବରେ ଧୌତ କରେ, ଏହା ସେମାନେ ଅନୁଭବ କରନ୍ତି । କବିତା ପାଠରେ ଦେବୀଙ୍କର ଉପସ୍ଥିତି କବିତା ପାଠକ ପାଠିକା ମାନେ ଅନୁଭବ କରନ୍ତି ।

ମୁଷ୍ଟିମେୟ ସହୃଦୟ ବ୍ୟକ୍ତି ବିଶେଷ ଏହି ଆସରଟିକୁ ନିଜର ଅନୁଷ୍ଠାନ ଭାବି ପରିବାର ପରି କାମ ଚଳାଇବାର ଦେଖିବାକୁ ମିଳେ । ଏହାର ସଭାପତି ଆଉ ଉପଦେଷ୍ଟା ମାନେ ଆସର ପ୍ରତି ଅନୁପ୍ରାଣିତ । ଅନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମର ସକାଳୁ ସେମାନଙ୍କ ଆଭିମୁଖ୍ୟ ବାରି ହୋଇଯାଏ । ଆହୁରି ବିଦ୍ୟାର୍ଥୀ ମାନେ ତତ୍ପରତା ସହିତ ସବୁ କାର୍ଯ୍ୟ ସମ୍ପାଦନ କରନ୍ତି, ଏହି ଆସର ପାଇଁ ବାଣୀ ବିହାରର ଉତ୍ସୁକ ଶ୍ରୋତା ମଣ୍ଡଳୀ, ରାଜ୍ୟର ଅନେକ କବି, ସାହିତ୍ୟିକ, ପୁରାତନ ଆସର ସଭ୍ୟ ଆଗ୍ରହ ସହକାରେ ସଭା ଗୃହରେ ନିୟମିତ ଯୋଗ ଦିଅନ୍ତି ।

ଗୋଟିଏ ସୂଚକ ରହିଛି ଆସରର, ଯାହା ଏହାର ପ୍ରଗତି ଆଉ ଗତିର ପରିପ୍ରକାଶ କରେ । ସେଇଟି ଭୋର୍ ମାଗାଜିନ୍ । ଏହି ମାଗାଜିନ୍‌ର କଳେବର ୧୯୯୯ରୁ ଆଜି ପର୍ଯ୍ୟନ୍ତ ସଜାଇ ରଖିଲେ, ଏହା କହିବ ପ୍ରଗତିର କାହାଣୀ । ଏଇଠି ରହିଛି ବିଗତ କେତୋଟି ସଂଖ୍ୟା ଯାହା ଅନୁଷ୍ଠାନଟିର ଆତ୍ମୀୟତା ନିରୂପଣ କରେ । ବର୍ଷକର ଭୋର ୍ ପଛ ମଲାଟରେ ଉଲ୍ଲେଖ ରହିଛି ଭୋର ପତ୍ରିକାର ଆତ୍ମ-ପରିଚିତି –

ଏହି ଭୋର୍ ହେଉଛି ସୃଜନଶୀଳତାର ଅମୃତବେଳା, ଭାବ ଆଉ ସମନ୍ୱୟର ସଙ୍ଗମକାଳ । ଏହା ମାନସିକ ପରିପୂର୍ଣ୍ଣତା ଓ ଭାବାବେଗର ସମୁଜ୍ଜ୍ୱଳ ସମାରୋହ । ପ୍ରକୃତିର ସମସ୍ତ ଆଡମ୍ବର ନେଇ ତିମିରାଚ୍ଛନ୍ନ ସୁପ୍ତ ଧରିତ୍ରୀ ବକ୍ଷରେ ଦିବାକରଙ୍କର ପ୍ରଥମ କିରଣକୁ ସ୍ୱାଗତ କରେ । ଭୋର୍‌ବେଳାରେ ପୂର୍ଣ୍ଣନିଦ୍ରାରୁ ଜାଗ୍ରତ ସଦ୍ୟସ୍ନାତ ମାନୁଷ୍ୟର ପ୍ରକୃତି କୋଳରୁ ମାନବିକତାର ଆଦିମ ଭାବନା ନେଇ ବ୍ରାହ୍ମମୁହୂ ର୍ ମଧ୍ୟରେ ଆତ୍ମ-ପ୍ରସ୍ତୁତି କରୁଥାଏ ।

ଅଭିନନ୍ଦନ ତାଳପଦେଶ୍ୱରୀ ସାହିତ୍ୟ ଆସର । ଅନେକ କୃତିତ୍ୱ ଅର୍ଜନ କର । ରୋପ୍ୟ, ସ୍ୱର୍ଣ୍ଣ ଆଉ ହୀରକ ଜୁବୁଲି ଅନୁଭବ କରି ସାହିତ୍ୟ ଜଗତରେ ଆସ୍ଥାନ ଜମାଇ ଥାଅ ।

ତାଳପଦେଶ୍ୱରୀ ସାହିତ୍ୟ ଆସରର ପୂର୍ବ କର୍ମକ ର୍ାଗଣ

ଉପଦେଷ୍ଟା ମଣ୍ଡଳୀ

ସମ୍ପାଦକ

ସଭାପତି

ପତ୍ରିକା ସମ୍ପାଦକ

ମିଳିଥିବା ଭୋର ପତ୍ରିକାର ଲେଖକ, ଲେଖିକା ମାନେ

(ନାମ ପ୍ରାୟ ଥରେ ମାତ୍ର ଦର୍ଶିତ)

ନୀନା ଦାସ, ବିଜୟିନୀ ମହାନ୍ତି, ସଂଘମିତ୍ରା ମିଶ୍ର, ସୀତାକାନ୍ତ ମିଶ୍ର, ଶରତ ଚନ୍ଦ୍ର ରଥ, ସୁଧାଂଶୁ ଶେଖର ନାୟକ, ଶତ୍ରୁଜିତ୍‌, ଦେବେନ୍ଦ୍ରକୁମାର ପତି, ଦିଲୀପ କୁମାର ଦଳାଇ, ଅରବିନ୍ଦ ବିଶ୍ୱାଳ, ସୁଦର୍ଶନ ମିଶ୍ର, ଶୀତଳ କୁମାର ପାଳବାବୁ, ଧର୍ମ ନାରାୟଣ ଜେନା, ପ୍ରସନ୍ନ ପଣ୍ଡା, ସ୍ମୃତି ମିଶ୍ର, ଜ୍ୟୋତିର୍ମୟ ପଣ୍ଡା, ଜ୍ଞାନ ରଂଜନ ପାଢୀ, ଦେବଯାନୀ ସାହୁ, ଅବନୀ କୁମାର ବାରିକ, ସୁକାନ୍ତ କୁମାର ପ୍ରଧାନ, ଶୁଭାଶିଷ ରଣା, କେଶବ ଚନ୍ଦ୍ର ଦଳାଇ, ଦ୍ୱାରିକାନାଥ ମହାରଣା, ସୁବ୍ରତ କୁମାର ଦାସ, ରମେଶ ଚନ୍ଦ୍ର ମହାଳିକ, ପ୍ରୀତିପ୍ରଜ୍ଞା ପ୍ରଧାନ, ଯଶୋବନ୍ତ ନାରାୟଣ ନାୟକ, ଶ୍ରୀନିବାସ ମହାରଥୀ, ସସ୍ମିତା ଷଡଙ୍ଗୀ, ନମିତା ରଥ, ଜୟଲକ୍ଷ୍ମୀ ପଟ୍ଟନାୟକ, ଗରିକ୍ରୀଷ୍ଣ ପାଣିଗ୍ରାହୀ, ସଂଘମିତ୍ରା ଭଞ୍ଜ, ନମିତା ସାହୁ, ପ୍ରଶାଂତ କୁମାର ମହାରଣା, ସରୋଜ ବଳ, ଶ୍ରମିଷ୍ଠା କର, ଲକ୍ଷ୍ମୀପ୍ରିୟା ଦାସ, ପଲ୍ଲବୀ ସାମଲ, ସଂଗୀତା ଦାସ, ଲକ୍ଷ୍ମୀକାନ୍ତ ମହାନ୍ତି, ଉମାକାନ୍ତ ସାମନ୍ତରାୟ, ସ୍ୱର୍ଣ୍ଣଲତା ସ୍ୱାଇଁ, ସଚ୍ଚିଦାନନ୍ଦ ଶତପଥୀ, ବିଷ୍ଣୁପ୍ରିୟା ବେହେରା, ବିଜୟ କୁମାର ପାଲଟାସିଂହ, ଅଜୟ କୁମାର ସୂତାର, ସୁଶୀଳ କୁମାର ନାୟକ, ଶଶୀଭୂଷଣ ମଲ୍ଲିକ, ସତ୍ୟପ୍ରିୟ ରାଉତ, ଅନୁରାଧା ପାତ୍ର, ସରୋଜ କୁମାର ସେନାପତି, ଦେବାଶିଷ ପାତ୍ର, ହରଷ କୁମାର ବେହେରା, ପ୍ରେମଲତା ଦାଶ, ବିଜୟ କୁମାର ବେହେରା, ସ୍ନେହଲତା ଦଳାଇ, ବିଘ୍ନେଶ୍ୱର ନାୟକ ।

ବାସୁଦେବ ସାହୁ,ବିଶ୍ୱରାଜ ପଣ୍ଡା, ଅଭିନ୍ନ ସାହୁ, ସୁଦର୍ଶନ ମିଶ୍ର, ଅମୂଲ୍ୟ ରତ୍ନ ନନ୍ଦ, ସଂଯୁକ୍ତା ରାଉତ, ଶରତ ମହାରଣା, ରମେଶ ଚନ୍ଦ୍ର ମାଝୀ, ବନ୍ଦନା ମିଶ୍ର, ଶୁଭଙ୍କର ବେଦାନ୍ତ, ଅନିଲ୍ ନନ୍ଦ, କମଳାକାନ୍ତ ବସ୍ତିଆ, ରଂଜନ କୁମାର ଦାସ, ରମେଶ ଚନ୍ଦ୍ର ବେହେରା, ରୁଦ ୍ର ନାରାୟଣ ମହାପାତ୍ର, ଆଶୁତୋଷ ନାୟକ, ସଞ୍ଜୟ କୁମାର ବାଗ, ତାରାକାନ୍ତ ନାୟକ, ଶାନ୍ତନୁ କୁମାର ନାୟକ, ନନ୍ଦିତା ଜୟସିଂହ, ବୀଣା ଦାସ, ସନ୍ଧ୍ୟାରାଣୀ ତ୍ରିପାଠୀ, ଲୋଲୁପ ଚନ୍ଦ୍ର ମହାରଣା, ପ୍ରଣବ ମିଶ୍ର, ମଧୁସ୍ମିତା ବିଶ୍ୱାଳ, ଯୁଗଳ କିଶୋର ଦ , ପବିତ୍ର କୁମାର ସେଠୀ, ନମିତା ନାୟକ, ମୋନାଲିସା ମହାନ୍ତି, ବିଜୟ କୁମାର ସାସମଲ, ଚୈତନ୍ୟ ଚରଣ ଜେନା, ଅନୁରାଧା ମହାପାତ୍ର, ଗଣେଶ୍ୱର ନାୟକ, ଭବାନୀ ଶଙ୍କର ନାୟକ, ଜୟଶ୍ରୀ ମହାପାତ୍ର, ଜେ. ତେଜିରାଣୀ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅଜୟ କୁମାର ସାହୁ, ନିବେଦିତା ମହାନ୍ତି, ପ୍ରସନ୍ନ କୁମର ଆଚାର୍ଯ୍ୟ, ବିଜୟ କୁମାର ସ୍ୱାଇଁ, ମହାଶ୍ୱେତା ସାହୁ, ସୁନନ୍ଦା ଚୌଧୁରୀ, ମଧୁମିତା ସଦୁଆଳ, ସୋମନାଥ ବେହେରା, ବିକ୍ରମ କେଶରୀ ରାଉତ, ସୁରେନ୍ଦ୍ର କୁମାର ବରାଡ, ଦଗଦୀଶ ଚନ୍ଦ୍ର ଦାସଅଧିକାରୀ । ଗୋପାଳ କୃଷ୍ଣ ଆଚାର୍ଯ୍ୟ, ଦିଲୀପ କୁମାର ସ୍ୱାଇଁ, ଶ୍ରୀମାନ ମିହିର ମହାପାତ୍ର, ଦୀପକ କୁମାର ମହାନ୍ତି, ବିଭାସିନୀ ସାହୁ, ସବିତା ମୁଦୁଲି, ଅନସୂୟା ମହାଳିକ, ଉମାକାନ୍ତ ମଙ୍ଗରାଜ, ପ ୁକିଶୋର ସାହୁ, ତଟିନୀ ଜୁଝିୟାରସିଂ, ବିନୋଦ ପ୍ରସାଦ ରାଉତ, ଶ୍ୱେତାଲୀନା ମହାପାତ୍ର, ସର୍ବେଶ୍ୱର ବେହେରା, ଅନୀତା ବେହେରା, ଶ୍ରୀମାନ ବବୃବାହନ
ରାଉତ, ବସନ୍ତ କୁମାର ବେହେରା, ସଂସେଦିତା ଛୋଟରାୟ, ସୁଶାନ୍ତ କୁମାର ମହାରଣା, ପ୍ରଦୀପ ଗାନ୍‌, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ରଞ୍ଜନ କୁମାର ରଣା, ଊର୍ମିମାଳା ଆଚାର୍ଯ୍ୟ, ରାକେଶ କୁମାର ମହାନ୍ତି, ନମିତା ନାୟକ, ସଞ୍ଜୟ କୁମାର ସାହୁ, କେଶବ ଚନ୍ଦ୍ର ଦଳାଇ, ଜ୍ୟୋତିର୍ମୟ ପଣ୍ଡା ।

ଶାନ୍ତନୁ ଆଚାର୍ଯ୍ୟ, ବିରଂଚି ନାରାୟଣ ରଥ, ଅମୂଲ୍ୟ କୁମାର ଦାଶ, ଊର୍ମିମାଳା ଆଚାର୍ଯ୍ୟ, ଜ୍ୟୋତିର୍ମୟ ପଣ୍ଡା, ସରୋଜ କୁମାର ବିଶୀ, ସତ୍ୟସୁନ୍ଦର ପାତ୍ର, ସସ୍ମିତା କୁମାରୀ ପାତ୍ର, ଚନ୍ଦନଲାଲ ତେୱାରୀ, ମଳୟକାନ୍ତ ପ୍ରଧାନ, ମନୋଜ ମଞ୍ଜରୀ ସାହୁ, ସଲିଳ କୁମାର ନାୟକ, ଦିଲ୍ଲୀପ କୁମାର ମଲ୍ଲିକ, ମାଣିକ ମଞ୍ଜରୀ, ଚନ୍ଦନ ରାଉତ, ନମିତା ନାୟକ, ସଦାଶିବ ମହାପାତ୍ର, ସୋମନାଥ ବିଷୋୟୀ, ପ୍ରଶାନ୍ତ କୁମାର ମହାରଣା, ବିରାଜ ମୋହନ ଦାସ, ହରେକୃଷ୍ଣ ଦାଶ, ମଧୁସ୍ମିତା ମହାପାତ୍ର, ଅମୂଲ୍ୟ କୁମାର ସାହୁ, ସୁଚିସ୍ମିତା ସାହୁ, କବିତା ପ୍ରତିହାରୀ, ସୂର୍ଯ୍ୟକାନ୍ତ ନାଏକ, ପ୍ରମୋଦ କୁମାର ନାୟକ, ବିଷ୍ଣୁପ୍ରିୟା ଓତା, ମନ ମୋହନ ସେଠୀ, ମାନିନୀ ରାଣୀ ପାତ୍ର, ବିଷ୍ଣୁପ୍ରିୟା ମହାରଣା, ନିରୂପମା ସୂତାର, ସରୋଜିନି ପାଣି, ବିନୋଦ ପ୍ରସାଦ ରାଉତ, ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ମଞ୍ଜୁଳା କର, ଦୀପକ ପ୍ରଧାନ, ନିଃସ୍ୱନିତା ବେହେରା, ରଶ୍ମି ରାଣୀ ଦାସ, ରମାକାନ୍ତ ବେହେରା, ସନ୍ଧ୍ୟାରାଣୀ ସିଂ, ଯୁଗଳ କିଶୋର ଦ , ଦୀପକ କୁମାର ଜେନା, ସନ୍ଦୀପ ମହାପାତ୍ର, ମନ୍ମଥ ନାଥ ଦାସ, ପ୍ରେମାନନ୍ଦ ବିଶୋଇ

ସତ୍ୟଜିତ୍ ଦାସ, ସୁବାସ ଚନ୍ଦ୍ର ଦାଶ, ସୁନିତା ଦାଶ, ଜ୍ଞାନ ରଞ୍ଜନ ପଣ୍ଡା, ଶୁଭଶ୍ରୀ ଭୋଇ, ଅକ୍ଷୟ କୁମାର ଜେନା, ଶ୍ରୀକାନ୍ତ ନାଏକ, ପୂର୍ଣ୍ଣିମା ପରୀକ୍ଷା, ଦୀପକ ଜେନା, ସୀମାରାଣୀ ରାଉତ, ସୁଶ୍ରୀ ମଞ୍ଜୁଳା କର, ସ୍ମିତା ସରିତା ସିଂହ, ପାର୍ବତୀ ମଲ୍ଲିକ, ଦୀପକ କୁମାର ଦାସ, ଅମ୍ବିକାବାଳା ମିଶ୍ର, ଚି ରଞ୍ଜନ ବାରିକ, ଶୁଭ୍ରବାଳା ବେହେରା, କୁମାର ବିମଳ, ଅଜିତ୍ କୁମାର ବେହେରା, ଦେବୀଦ ରମଣିରଞ୍ଜନ ଶର୍ମା, ଜନକ ସେଠ, ରଚିସ୍ମିତା ଦାସ, ଚନ୍ଦ୍ରଶେଖର ବିଶ୍ୱାଳ, ମହେଶ୍ୱର ନାୟକ, ସବିତା ମଲ୍ଲିକ, ପ୍ରକାଶ ଚନ୍ଦ୍ର ଦଳାଇ, ସତ୍ୟଜିତ ଦାସ, ସାଗର କୁମାର ଭୋଇ, ପୂର୍ଣ୍ଣିମା ସାହୁ, ଝରଣା ମଲ୍ଲିକ, ଗୋପୀନାଥ ମୁଣ୍ଡା, ସୁଶାନ୍ତ କୁମାର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ବିଜୟଲକ୍ଷ୍ମୀ ପ୍ରହରାଜ, ସମୀର କୁମାର କଳସ, ଅମୂଲ୍ୟ କୁମାର ଦାଶ, ସମରସେନ୍ ମଲ୍ଲିକ, ରଣଜିତ୍ କୁମାର ବେହେରା, ସୁକାନ୍ତି ତ୍ରିପାଠୀ, ଜ୍ଞାନୀ ଦେବାଶିଷ ମିଶ୍ର, ସଂଘମିତ୍ରା ମହାପାତ୍ର, ରଘୁଦୀପ୍ତି ନାୟକ, ଗାୟତ୍ରୀ ନାୟକ, ରଣଜିତ୍ କୁମାର ନାଏକ, ରୁବେନ୍ କୁମାର ଦିଗଲ, ଲକ୍ଷ୍ମୀଧର ଦାସ, ପ୍ରଣବ କୁମାର ସାହୁ, ସନ୍ଧ୍ୟାରାଣୀ ସିଂହ, ସଂଘମିତ୍ରା ମିଶ୍ର, ବିଶ୍ୱଜିତ୍ ବେହେରା, ସୁବ୍ରତ କୁମାର ମଲ୍ଲିକ, ପ୍ରଶାନ୍ତ କୁମାର ମହାରଣା, ଚନ୍ଦନଲାଲ ତେୱାରୀ, ରଶ୍ମୀରଞ୍ଜନ ବାରିକ, ସଂଗ୍ରାମ କେଶରୀ ପାତ୍ର, ବିଘ୍ନେଶ୍ୱର ନାୟକ, ଚକ୍ରଧର ତ୍ରିପାଠୀ, ମୋନାଲିସା ସ୍ୱାଇଁ, ଗୀତାଞ୍ଜଳି ଦେବତା, ଜ୍ୟୋତ୍ସ୍ନାରାଣୀ କର, ହରେକୃଷ୍ଣ ଦାଶ, ସନ୍ଦୀପ ମହାପାତ୍ର, ସୁଶ୍ରୀସଂଗୀତା ସ୍ୱାଇଁ, ସୁଶାନ୍ତ ଦଦ୍ରା, ସୁନିତା ମହାପାତ୍ର, ମଧୁସ୍ମିତା ମହାପାତ୍ର, ରମଣି ନାଏକ, ରତିସ୍ମିତା ଦାସ, ସ୍ୱୟଂପ୍ରଭା ସାମଲ, ବିରାଜ ମୋହନ ଦାସ

ସନ୍ତୋଷ ତ୍ରିପାଠୀ, ଜ୍ୟୋତ୍ସାରାଣୀ କର, ଶ୍ରୀକାନ୍ତ କୁମାର ବାରିକ, ବୈକୁଣ୍ଠ ନାଥ ସାହୁ, ବିଜୟଲକ୍ଷ୍ମୀ ପ୍ରହରାଜ, ସୁନୀତା ମହାପାତ୍ର, ଆଶିଷ କୁମାର ନାୟକ, ସର୍ବେଶ୍ୱର ବେହେରା, ସ୍ୱୟଂପ୍ରଭା ସାମଲ, ବିଦୁଲତା ଷଣ୍ଢ, ଗୀତାଞ୍ଜଳୀ ଦେବତା, ମୋନାଲିସା ଚନ୍ଦନ, ମୃତ୍ୟୁଞ୍ଜୟ ଦାସ, ସନ୍ଦୀପ୍ ମହାପାତ୍ର, ରତିସ୍ମିତା ଦାସ, ଚନ୍ଦ୍ରଶେଖର ବିଶ୍ୱାଳ, ନିହାର ରଞ୍ଜନ ଜେନା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଉଦୟନାଥ ସାହୁ, ସବିତା ମଲ୍ଲିକ, ମହାଦେବ ପ୍ରଧାନ, ସତ୍ୟଜିତ୍ ଦାସ, କୁମାର ବିମଳ, ଜ୍ଞାନରଞ୍ଜନ ପଣ୍ଡା, ଆଦରମଣି ବରାଳ, ସୁଶ୍ରୀ ମଞ୍ଜୁଳା କର, ଦୀପକ ଜେନା, ପ୍ରଶାନ୍ତ ମହାରଣା, ଅମ୍ବିକାବାଳା ମିଶ୍ର, ଅନ୍ନପୂର୍ଣ୍ଣା ଦାସ, ସୁଶ୍ରୀ ସୁଧାସ୍ମିତା ଦାଶ, ବିଶ୍ୱଜିତ୍ ବେହେରା, ପ୍ରଦୀପ କୁମାର ମିଶ୍ର, ବିଭୁଦ ଦାଶ, ରଘୁଦୀପ୍ତି ନାୟକ, ସହଦେବ ବେହେରା, ଅନାମିକା ସାହୁ, ବିରେନ୍ଦ୍ର ବିକ୍ରମ, ବୈଶାଳିନୀ ପଣ୍ଡା, ସନ୍ତୋଷ କୁମାର କରଣ, ବୀଣାପାଣି ନାୟକ, ମନୋରମା ନାୟକ, ରଣଜିତ୍ କୁମାର ବେହେରା, ସୁନୀତା ମହାପାତ୍ର, ଅଚ୍ୟୁତାନନ୍ଦ ମହାପାତ୍ର, କବିତା ପ୍ରତିହାରୀ, ସ୍ନେହଲତା ମିଶ୍ର, ବିଘ୍ନେଶ୍ୱର ୍‌ନାୟକ, ପ୍ରଣବ କୁମାର ସାହୁ, ରଶ୍ମିପ୍ରୀୟା ବେବେରା, ବିଶ୍ୱଜିତ୍ ବିଶ୍ୱାଳ, ତନ୍ମୟୀ ରଥ, ସଂଧ୍ୟାରାଣୀ ସିଂ, ସୁଦେସ୍ନା ପାଣି, ବେଣୁଧର ବଳିୟାର ସିଂହ, ଗୀତାଞ୍ଜଳି ଦାଶ, ନିତେଶ କୁମାର ମୁଣ୍ଡ, ପୂର୍ଣ୍ଣିମା ସାହୁ, ସଂଘମିତ୍ରା ମିଶ୍ର, ସୁନୀତା ଦାଶ, ଭୀମସେନ ମାଝି, ତନ୍ମୟ କୁମାର ନାୟକ, ଗାୟତ୍ରୀ ନାୟକ, ପାର୍ବତୀ ମଲ୍ଲିକ, ରାଜେଶ କୁମାର ନାୟକ, ସସ୍ମିତା ଜେନା, ରଶ୍ମିତା ଦାସ, ଶରତ ପାଢୀ, ବିନୋଦ ପ୍ରସାଦ ରାଉତ, ମଧୁସ୍ମିତା ରାୟ, ସ୍ମିତା ସରିତା ସିଂହ, ସୁରେନ୍ଦ୍ର ମଲ୍ଲିକ

ଫନୀ ମହାନ୍ତି, ଶତ୍ରୁଘ୍ନ ପାଣ୍ଡବ, କମଳାକାନ୍ତ ପଣ୍ଡା, ଗାୟତ୍ରୀବାଳା ପଣ୍ଡା, ସନ୍ତୋଷ କୁମାର ସାହୁ, କୁମୁଦଚନ୍ଦ୍ର ଦାଶ, ଅମୂଲ୍ୟ କୁମାର ଦାଶ, ସୁଶ୍ରୀ ମଞ୍ଝୁଳା କର, ବାନାମ୍ବର ପୃଷ୍ଟି, ଶତ୍ରୁଜିତ୍‌, ଜୟନ୍ତୀ ରଥ, ବେଣୁଧର ଦାଶ, ପ୍ରେମାନନ୍ଦ ବିଶୋଇ, ନିରାକାର ଆଚାର୍ଯ୍ୟ, ଜ୍ୟୋତିର୍ମୟ ପଣ୍ଡା, ସୁକାନ୍ତି ତ୍ରିପାଠୀ, ନିର୍ମଳା କୁମାରୀ ମହାପାତ୍ର, ସେକ୍ ମତଲୁବ ଅଲି, ସତ୍ୟଜିତ୍ ଦାସ, ଶ୍ରୀକାନ୍ତ କୁମାର ବାରିକ, ବିଦୁଲତା ଷଣ୍ଢ, ମନୋଜ କୁମାର ପ୍ରଧାନ, ପ୍ରିୟଦର୍ଶିନୀ ପାଢୀ, ମୃତ୍ୟୁଞ୍ଜୟ ଦାସ, ସୁଶ୍ରୀ ସଂଗୀତା ସ୍ୱାଇଁ, ସୁଶିଳ ମହାକୁଡ, ଗୀତାଞ୍ଜଳି ଦାଶ, ଆଶିଷ କୁମାର ନାୟକ, ବୈଶାଳିନୀ ପଣ୍ଡା, ଅରୁଣ କୁମାର, ଭୀମସେନ ମାଝି, ମାନିନୀ ଜେନା, ଜ୍ୟୋତିପ୍ରଭା ମହାନ୍ତି, ନୀଳମାଧବ ଛତ୍ର, ବୀରସେନ ଦଳାଇ, ସୁଶାନ୍ତ କୁମାର ଜେନା, ମନୋରମା ନାୟକ, ମୋନାଲିସା ଚନ୍ଦନ, ଏଲିନା ପରିଡା, ସରୋଜିନି ପାଣି, ଦେବଦୀପ୍ତି ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସୁଶୀଳ କୁମର ବାଗ୍‌, ଊର୍ମିମାଳା ଆଚାର୍ଯ୍ୟ, ସୁପ୍ରିୟା ମଲ୍ଲିକ, ଚକ୍ରଧର ତ୍ରିପାଠୀ, ରଞ୍ଜିତ କୁମାର ବେହେରା, ସଞ୍ଜୟ କୁମାର ସାହୁ, ସନ୍ଦୀପ ମହାପାତ୍ର, ଋତୁପଦ ମହାନ୍ତି, ସାଗର କୁମାର ନାୟକ, ରାକେଶ ପରମାଣିକ୍‌, ଶୁଚିସ୍ମିତା ସାହୁ, ମନୋସ୍ମିତା ମହାପାତ୍ର, ଏଲିନା ପରିଡା, ସବିତା ମଲ୍ଲିକ, କୌସ୍ତୁଭ ଦାଶ, ପଦ୍ମିନୀ ମଲ୍ଲିକ, କମଳିନୀ ଦାସ, ଲକ୍ଷ୍ମୀପ୍ରିୟା ସାମଲ, ଦୀନେଶ୍ କୁମାର ଲେଙ୍କା, ଋଷିନାଥ ନାଏକ, ଡେଜିନା ପ୍ରିୟଦର୍ଶିନୀ, ପ୍ରିୟଦର୍ଶିନୀ ପାଢୀ, ମିନାକ୍ଷୀ ପରିଡା, ବିବେକାନନ୍ଦ ନାୟକ, ଚି ରଞ୍ଜନ ବାରିକ୍‌, ପ୍ରଶାନ୍ତ କୁମାର, ନରେନ୍ଦ୍ର କୁମାର ଦାସ,ରତୀକାନ୍ତ ପଣ୍ଡା, ବନବିହାରୀ ମହାନନ୍ଦ, ଲକ୍ଷ୍ମୀଧର ଦାସ, ଗୀତାଞ୍ଜଳି ଦେବତା, ଅଶୋକ କୁମାର ମଲ୍ଲିକ, ପ୍ରଶାନ୍ତ କୁମାର ମହାରଣା, ସ୍ମିତା ଲେଙ୍କା, ସୁନିତା ମହାପାତ୍ର, ଜ୍ଞାନରଞ୍ଜନ ପଣ୍ଡା

ବିଭୂତି ଭୂଷଣ ବରାଳ, ଦିଲୀପ କୁମାର ଦଳାଇ, ବିଜୟ କୁମାର ଶତପଥୀ, ଉଦୟନାଥ ସାହୁ, ବିଷ୍ଣୁପ୍ରିୟା ଓତା, ଆଶିଷ କୁମାର ଦାଶ, ଶକ୍ତି ମହାନ୍ତି, ସ୍ୱପ୍ନା ମିଶ୍ର, ସରୋଜ ବଳ, ସୁଶ୍ରୀ ମଞ୍ଜୁଳା କର, ଜ୍ଞାନୀ ଦେବାଶିଷ ମିଶ୍ର, ପ୍ରଶାନ୍ତ କୁମାର ମହାରଣା, ଚକ୍ରଧର ତ୍ରିପାଠୀ, ପ୍ରାଚ୍ୟପ୍ରଭା ନାୟକ, ଅରବିନ୍ଦ ଦାସ, ସଂଘମିତ୍ରା ମହାପାତ୍ର, ସୁବାଶିଷ ସାହୁ, ପ୍ରଦ୍ୟୁମ୍ନ କିଶୋର ବେଉରା, ମଧୁସ୍ମିତା ଭାରତୀ, ମନୋଜା ମଞ୍ଜରୀ ସାହୁ, ଊର୍ମିମାଳା ଆଚାର୍ଯ୍ୟ, ବିରାଜ ମୋହନ ଦାସ, ସନ୍ଦୀପ ମହାପାତ୍ର, ପ୍ରାଚୀପ୍ରଭା ସାଏନ୍ତ, ମୃତ୍ୟୁଞ୍ଜୟ ଦାସ, ଜ୍ଞାନରଞ୍ଜନ ପଣ୍ଡା, ସୁଶ୍ରୀ ସଙ୍ଗୀତା ସ୍ୱାଇଁ, ତ୍ରିନାଥ ମଲ୍ଲିକ୍‌, ସରୋଜିନି ପାଣି, ରାମଚନ୍ଦ୍ର ପୃଷ୍ଟି, ଶିଶିର ବେହେରା, ଅଜୟ କୁମାର ଗିରି, ଗୋପା ନାୟକ, ବିମ୍ବାଧର ବସନ୍ତରାୟ, ଲକ୍ଷ୍ମୀଧର ଦାସ, ସୁନୀଲ ପାଣିଗ୍ରାହୀ, ପୁଷ୍ପଲତା ତ୍ରିପାଠୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, ରଞ୍ଜନ କୁମାର ରଣା, ନରେନ୍ଦ୍ର ସାହୁ, ସୁଶାନ୍ତ କୁମାର ପଣ୍ଡା, ସଂବିତ ଶୁଭଙ୍କର ଖୁ ିଆ, ସ୍ୱାଗତିକା ନାୟକ, ଦୟାନିଧି ପରିଡା, ସନ୍ତୋଷ କୁମାର ଜେନା, ମଧୁସ୍ମିତା ମହାପାତ୍ର, ସସ୍ମିତା କୁମାରୀ ସାହୁ, ସଂଜୟ କୁମାର ସାହୁ, ବିଭୁସେନ୍ ପତି, ପ୍ରସନ୍ନ କୁମାର କହଁର, ବନ୍ଦିତା ସାହୁ, ରତ୍ନମଣି ଦାସ, ସୁଭାଷିନୀ ମିଶ୍ର, କୁମାର ବିମଳ, ଶୋଭାଶିଷା ପଣ୍ଡା, ବିଜୟଲକ୍ଷ୍ମୀ ନାୟକ, ବିନ୍ଦୁଲତା ଷଣ୍ଢ, ଅନିତା ଜେନା, ଆଶିଷ କୁମାର ନାୟକ, ଋଷିନାଥ ନାଏକ, ମହେଶ୍ୱର ପାଢୀ, ମିତାଲି ମଧୁଛନ୍ଦା ମହାନ୍ତି, ପୂର୍ଣ୍ଣିମା ପରୀକ୍ଷା, ଗାୟତ୍ରୀ ଲେଙ୍କା, ଲକ୍ଷ୍ମୀଧର ନାୟକ, ଦିଲ୍ଲୀପ କୁମାର ବିଶ୍ୱାଳ, ସୁଶୀଳ ମହାକୁଡ, ଅନୀତା ବିଶ୍ୱାଳ, ସ୍ମୃତି ନିବେଦିତା, ସୁଜାତା ପ୍ରିୟଦର୍ଶିନୀ ରାଉତ, ସୁସଂଧ୍ୟା ପ୍ରିୟଦର୍ଶିନୀ ନାୟକ, ବିଘ୍ନେଶ୍ୱର ନାୟକ, ପ୍ରଜ୍ଞାଦୀପ୍ତ ରଥ, ପ୍ରତାପ ମଲ୍ଲିକ, ନିରାକାର ଆଚାର୍ଯ୍ୟ, ମମତା ମଞ୍ଜରୀ ସ୍ୱାଇଁ, ବିପ୍ଳବ ଜେନା, ରାଜେଶ କୁମାର ଶଙ୍ଖୁଆ, ଶୁଭଶ୍ରୀ ଶୁଭଲକ୍ଷ୍ମୀ ପରିଡା, ପ୍ରଗତ ରାଉତ, ନିହାରିକା ପଣ୍ଡା, ପତିତପାବନ ଦାସ, ରୀତାରାଣୀ ଘୋଷ, ଋରୁପଦ ମହାନ୍ତି, ତପସ୍ୱିନୀ ମଲ୍ଲିକ, ଲିଲି ବେହେରା, ଦେବୀଦ ଦାସ, ଲୁପିକା ରାଉତ, ସତ୍ୟ ନାରାୟଣ ଦାସ, ମଳୟକାନ୍ତ ପ୍ରଧାନ, ବାଗ୍ମୀ ରଂଜନ ଷାଣ୍ଢ, କିରଣବାଳା ନାୟକ, ଦେବାର ରଣା, ଜ୍ଞାନରଞ୍ଜନ ପଣ୍ଡା, ଚିନ୍ମୟ ଜେନା

ବିକାଶ କୁମାର ଦାସ, ଲୋପାମୁଦ୍ରା କର, ସତ୍ୟବ୍ରତ ସାହୁ, ସୂର୍ଯ୍ୟକାନ୍ତ ଦାସ, କାଦମ୍ବିନୀ ସାହୁ, ସଂଯୁକ୍ତା ଗମାଙ୍ଗ, ରୁକି୍ମଣୀ ନାୟକ, ସୁଶ୍ରୀମଞ୍ଜୁଳା କର, ଛବି ମହାପାତ୍ର, ସତ୍ୟ ନାରାୟନ ଜେନା, ମନୋଜ କୁମାର ପ୍ରଧାନ, ଦିନମଣି ବିଶ୍ୱାଳ, ପବିତ୍ର ଦାସ, ଦୀପ୍ତିମୟୀ ସାହୁ, ମିନତି ପରିଡା, ସତ୍ୟଜିତ୍ ଦାସ, ପ୍ରିୟଙ୍କା ମହାପାତ୍ର, ତ୍ରିନାଥ ମଲ୍ଲିକ, ଦୀପକ କୁମାର ଶତପଥୀ, ଶିବାନୀ ପଣ୍ଡା, କାହ୍ନୁ ନାୟକ, ପବିତ୍ର ରାଉତ, ରମେଶ ଚନ୍ଦ୍ର ମଲ୍ଲିକ, ବିଜୟଲକ୍ଷ୍ମୀ ପରିଡା, ମନୋଜ କୁମାର ସାହୁ, ସୁବାସ ଚନ୍ଦ୍ର ବେହେରା, ଯଶୋବନ୍ତୀ ବେହେରା, ସତ୍ୟନାରାୟନ ଜେନା, ଅଶ୍ୱିନୀ କୁମାର ସାହୁ, ସ୍ମୃତିଶିଖା ବେହେରା, କଳ୍ପନା ରାଉତ, ମଧୁସ୍ମିତା ବେହେରା, କବିତା ବେହେରା, ଲୋପାମୁଦ୍ରା ନାୟକ, ସନ୍ଧ୍ୟାରାଣୀ ସିଂହ, ରଶ୍ମିତା ବେହେରା, ସବିତା ଟୁଡୁ, ସୁଚିସ୍ମିତା ଦାସ, ସରୋଜିନୀ ସ୍ୱାଇଁ, ସୋମନାଥ ସାହୁ, ବିଷ୍ଣୁପ୍ରିୟା, ବିବେକାନନ୍ଦ ସ୍ୱାଇଁ, ଇତିଶ୍ରୀ ଦାସ, ଦୀପକ କୁମାର ଶତପଥୀ, ସୁଶ୍ରୀ ସଙ୍ଗୀତା ମହାପାତ୍ର, ଦିପ୍ତୀମୟୀ ମହାନ୍ତି, ଯଶୋଦା ନାୟକ, ଚମ୍ପଙ୍କ ସୋରେନ୍‌, ଯଶୋବନ୍ତୀ ବେହେରା, କବିତା ନାୟକ, ବିଜୟଲକ୍ଷ୍ମୀ ପରିଡା, ଶିବରାମ ପାତ୍ର, ମିଥୁନ୍ ମଲ୍ଲିକ, ସତ୍ୟନାରାୟଣ ଜେନା, ମନୋଜ କୁମାର ନାୟକ, ଗୌରାଙ୍ଗ ଚରଣ ମହାରଣା, ନିର୍ମଳା କୁମାରୀ ମହାପାତ୍ର, ଗୀତାରାଣୀ ନାୟକ, ହୃଷୀକେଶ ବାରିକ, ସୁଶାନ୍ତ ଜେନା, ପ୍ରଭାସିନୀ ଗୁଇଁ, ଆନପା ମାର୍ଣ୍ଡି, ନମିତା ବାରିକ, ମିନତି ସାହୁ, ରାଜିବ ଲୋଚନ ସାହୁ, ରଶ୍ମିତା ଦାସ, ସ୍ୱର୍ଣ୍ଣଲତା ସ୍ୱାଇଁ, ମୌସୁମୀ ସାହୁ, ସୁକାନ୍ତି ରାଉତ, ଶୁଭଦର୍ଶିନୀ ପରିଡ଼ା, ଦୀପକ କୁମାର ଶତପଥୀ, ଶୁଭଶ୍ରୀ ସୁଚରିତା ଇନ୍ଦୁରେଖା ନାୟକ, କୌସ୍ତୁଭ ଦାଶ, ଅସିତ୍ ପ୍ରଧାନ, ରୁଦ୍ରନାରାୟଣ ମହାପାତ୍ର, ବାଦଲ ମହାନ୍ତ, ମଣୀନ୍ଦ୍ର କୁମାର ମେହେର, ଅଳକାନନ୍ଦା ପରିଡା, ସବିତା ମଲ୍ଲିକ, ସତ୍ୟରଞ୍ଜନ ମଲ୍ଲିକ, ପ୍ରତିଭା ମଞ୍ଜରୀ ରଥ,ଅନାଦି ଚରଣ ଗାଁଣ, ଉଦୟନାଥ ସାହୁ, ସୋମନାଥ ବିଷୋୟୀ, ଶରତ କୁମାର ପାଢୀ, ଭଜକୃଷ୍ଣ ମହାନ୍ତି, ତପନ କୁମାର ନାୟକ, ଗୌରୀଶଙ୍କର ପଣ୍ଡା, ଦେବାଶିଷ ମହାପାତ୍ର, ସବ୍‌ନମ୍ ମଟ୍ଟାଣିଆ, ନିରଞ୍ଜନ ତ୍ରିପାଠୀ, ଅମ୍ରିତା ପୌଦାର, କସ୍ତୁରୀ ମଲ୍ଲିକ, ତରଙ୍ଗ ଦେହୁରୀ, ସୌମ୍ୟାଶ୍ରୀ ତ୍ରିାଠୀ, ଶିବରାମ ପାତ୍ର, ନିରୁମା ମହାନ୍ତ, ରୂାଲି ମହାରଣା, ଅନନ୍ତ ସାହୁ, ସୁବାସ ଚନ୍ଦ୍ର ବେହେରା, ରୁକ୍ମିଣୀ ନାୟକ, ଦିୁନ ପୁହାଣ, ମୋନାଲିଶା ଦାସ, ଇତିଶ୍ରୀ ପ୍ରଧାନ, ନିରଞ୍ଜନ ସାହୁ, ରୋପାଇ ଜୀବନ ଟୁଡୁ, ସୌଦାମିନି ମିଶ୍ର, ଲିିପିପୁଷ୍ପା ନାୟକ, ଶ୍ୱେତପଦ୍ମା ଲେଙ୍କା, ନିହାରୀକା ମହାନ୍ତି, ରୋଜି ମଲ୍ଲିକ, ଅନିତାଦଳେଇ, ପ୍ରିୟଙ୍କା ମହାନ୍ତି, ଗାୟତ୍ରୀ ଶତପଥୀ 

ସପନ କୁମାର ବାରିକ୍‍, ଲୋପାମୁଦ୍ରା ନାୟକ, ମେନନ ସାହୁ, ସତ୍ୟପତି ଶବର, ନବ କିଶୋର ବିଷୋୟୀ, ସୁକାନ୍ତ କୁମାର ବାରିକ, ଅମ୍ରିତା ପୋଦାର, କବିତା ନାଏକ, ପବିତ୍ର ଦାସ, ନିରଞ୍ଜନ ସାହୁ, ବଦ୍ରିନାଥ ଦାସ, ଦୀପକ କୁମାର ଶତପଥୀ, ସ୍ୱପ୍ନ ସରୋଜ ସ୍ୱାଇଁ, ପ୍ରଭାତୀ ବାରିକ, ଭାଗବତ ପ୍ରସାଦ ତ୍ରିପାଠୀ, କାଳନ୍ଦୀ ମଲିକ, ନୀଳକଣ୍ଠ ପ୍ରଧାନ, ସୁଶାନ୍ତ କୁମାର ସେନାପତ, ମୋନାଲିସା ଦାଶ, ଦେବସ୍ମିତା କର, ପବୀଣା ମଲ୍ଲିକ, ଅନ୍ୱେଷା ମହାପାତ୍ର, ବନସ୍ମିତା ନାୟକ, ହରପିି୍ରୟା ପାତ୍ର, ମମତା ମଞ୍ଜରୀ ନାୟକ, ଶଶିଭୂଷଣ ଯେନା, କଳ୍ପନା ରାଉତ, ସୁଶ୍ରୀମଞ୍ଜୁଳା କର, ମୋନାଲିସା ବାରିକ, ବ୍ରହ୍ମାନନ୍ଦ ମହନ୍ତ, ସନ୍ତୋଷ କୁମାର ଜେନା, ଆଶାଜ୍ୟୋତି ଦାସ, ସବିତା ମହାନ୍ତି, ବିଜୟଲକ୍ଷ୍ମୀ ଭୋଇ, ଦେବାଶିଷ ମହାପାତ, ଆଲୋକ ରଞ୍ଜନ ଷଡ଼ଙ୍ଗୀ, ଲକ୍ଷ୍ମୀଧର ଦାସ, ସୁବୋଧକାନ୍ତ ସ୍ୱାଇଁ, ପ୍ରୀତିି୍ରୟମ୍ବଦା ପରିଡ଼ା, ମାନିନୀ ଆଚାର୍ଯ୍ୟ, ରାଜଲକ୍ଷ୍ମୀ ଜେନା, ସରୋଜ ମହାନନ୍ଦ, ପ୍ରିୟଙ୍କା ନାୟକ, ସେହୱାନା ୟାସ୍‌ମିନ, ଗୋପାଳକୃଷ୍ଣ ମହାପାତ୍ର, ଦେବାଶିଷ୍ ପ୍ରଧାନ, ଦକ୍ଷିଣେଶ୍ୱର ଜେନା, ରତନ କୁମାର ଦିଗ.୍‌, ପୂର୍ଣ୍ଣିମା ପରୀକ୍ଷା, ଅମ୍ବିକା ସାହୁ, ସୁଶାନ୍ତ ଭୁତିଆ, କରୁଣାକର ସିଂହ, ଆରାଧନା ସେଠୀ, ଶିବରାମ ମହାପାତ୍ର, ଦିଲୀପ କୁମାର ତ୍ରିପାଠୀ, ସାଭନା କିସ୍କ, ଶଶୀଭୂଷଣ ଜେନା, କୀର୍ତ୍ତିଦୀପା ନାୟକ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର (ସେଲି), ସନ୍ଧ୍ୟାରାଣୀ ମାଝ, ଦୀପ୍‌ସୀ ପଟ୍ଟନାୟ. ମାଧବାନନ୍ଦ ପାତ୍ର, କନକ ମଞ୍ଜରୀ ପଟ୍ଟନାୟକ, ସତ୍ୟଶିବ ଦାସ, ମମତା ପାତ୍ର, ବିଜୟଲକ୍ଷ୍ମୀ ମିଶ୍ର, ସ୍ରୁଭା ବିଶ୍ୱାଳ, କରୁଣାକର ରାଉଳ, ଦୀପୁନ୍ ମହାରଣା, ଅନନ୍ତ ସାହୁ, ଗøରାଙ୍ଗ ଚରଣ ମହାରଣା, ନକୁଳ କୁମାର ସାହୁ, ଅସିତ୍ ପ୍ରଧାନ, ସରିତା ଲେଙ୍କା, ଦିଲିପ ସ୍ୱାଇଁ, ମୋହନ କର, ଚମ୍ପା ସୋରେନ୍‌, ଅନିତା ଦଳାଇ, କାଦମ୍ବିନୀ ସାହ, ବ୍ରଜମୋହନ ମେହେର, ସତ୍ୟନାରାୟଣ ଜେନା, ପ୍ରତିମା ମହାପାତ୍ର, ଶୁଭ୍ରାଂଶୁ ମିଶ, କସ୍ତୁରୀ ମଲ୍ଲିକ, ପ୍ରିୟଙ୍କା ମହାନ୍ତ, ସୋମ ପ୍ରକାଶ ତ୍ରିାଠୀ, ସ୍ୱଦେଶ ବେହୁରିଆ, ଦିଲ୍ଲୀପ୍‍ କୁମାର ମୁଦୁଲି, ସନ୍ଦୀପ ମହାପାତ୍ର, ସୂର୍ଯ୍ୟକାନ୍ତ ଦାସ, ମନୋରମା ବିଶ୍ୱାଳ ମହାପାତ, ବିଦେଶୀ ଭଞ୍ଜ, ହଂସନାଥ ମୁଦୁଲି, କୃତ୍ତିବାସ ନାୟକ, ପବିତ୍ର ସାହାଣୀ, ସୁମିତ ପଣ୍ଡା, ଆଶିଷ୍ କୁମାର ମିଶ୍ର, ଗୋକୁଳାନନ୍ଦ ଦାସ, ଗୌରୀଶଙ୍କର ପଣ୍ଡା, ସରୋଜିନୀ ପାଣି, ତ୍ରିନାଥ ମଲ୍ଲିକ, ବିଘ୍ନେଶ୍ୱର ନାୟକ, ସୁନିତା ସାହୁ , ପଙ୍କଜ କୁମାର ବେହେରା, ସ୍ନେହଶ୍ରୀ ସ୍ୱାଇଁ, ବାଦଲ ମହାନ୍ତ, ବେଦପ୍ରକାଶ ନାୟକ, ନୀହାରିକା ମହାନ୍ତି, ତନ୍ମୟୀ ରଥ, ଲିପିପୁଷ୍ପା ନାୟକ, ସୁଚିସ୍ମିତା ଦାସ, ସୀମା ସ୍ୱାଇଁ, ସୁନୀଲ୍ କୁମାର ପାଣିଗ୍ରାହୀ, ଛବି ମହାପାତ୍ର, ଧର୍ମେନ୍ଦ୍ର ମୁଦୁଲ, ପ୍ରିୟବ୍ରତ ସାହୁ, ସୀତାରାମ ଦାସ ଶାସ୍ତ୍ରୀ, ଆରତି କର, ଅନିତା ସାହୁ, ନିରୁପମା ମହାପାତ୍ର, ନିର୍ମଳା କୁମାରୀ ମହାପାତ୍ର, ଅରବିନ୍ଦ ମିଶ. ଅଶୋକ କୁମାର ପାତ୍ର, ଦିବ୍ୟଜ୍ୟୋତି ରାଉଳ, ସିମ୍‍ରନ୍‍ ମହାପାତ୍ର , ରମେଶ ଚନ୍ଦ୍ର ନାୟକ, ବାଉରୀବନ୍ଧୁ କର, ମଧୁସ୍ମିତା ବେହେରା, ବିଶ୍ୱନାଥ ସାହୁ , ଅନ୍ନପୂର୍ଣ୍ଣା ଦାସ, କ୍ତି କୁମାର ରଥ, ଅଞ୍ଜନା ମିଶ୍ର, ସୁବ୍ରତ କୁମାର ସେନାପତି, ଯୁଗଳ କିଶୋର ନନ୍ଦ, ଲକ୍ଷ୍ମୀ ପାର୍ବତୀ ଦାସ, ଅଳକାନନ୍ଦା ପରିଡ଼ା, ମାଧବାନନ୍ଦ ପାତ୍ର, ମମତାରାଣୀ ବେହେରା, ନିରଞ୍ଜନ ତ୍ରିପାଠୀ, ଉଦ୍ଧବ ଚରଣ ନାୟକ, ସୁଜାତା ପ୍ରିୟଦର୍ଶିନୀ, ଅସିତ୍ ପ୍ରଧାନ

କରୁଣାକର ସିଂ, ଶିବଶଙ୍କର ଦାସ, ହିମାଦ୍ରୀ ତନୟା ମିଶ୍ର, ବାପି ବତ୍ସଳ,ରଞ୍ଜନ ସାବତ. ଗୌରବ ରାଉତ, ଅଞ୍ଜଳି ପତ୍ରୀ, ବିଜୟଲକ୍ଷ୍ମୀ ଭୋଇ, ଅମ୍ବିକା ସାହୁ, ସ୍ନିଗ୍‌ଧା ସ୍ୱରୂା ମଲ୍ଲିକ, ଅଜିତ କହଁର, ସସ୍ମିତା ଘୋଷ, ଦିକ କୁମାର ପଣ୍ଡା, ରୀତାଞ୍ଜଳୀ ସେଠୀ, ବନିତା ହୁଇକା, ଦର୍ପଦଳନ ରଥ, ସୁଶାନ୍ତ ଭୁତିଆ, ସୁମିତ୍ରା ନାୟକ, ଅଧିକାରୀ ନିଲେଶ କୁମାର ଦାସ, ଦ ସୁବ୍ରତ କୁମାର ମହା ମାନସିଂହ, ଆଶିଷ କୁମାର ନାୟକ, ମିଥୁନ ମଲ୍ଲିକ, ଆଶିଷ କୁମାର ନାୟକ, ସବିତା ବେହେରା, ଜ୍ୟୋତିର୍ବିନ୍ଦୁ ସାହୁ, ମମତା ପାତ୍ର, ଦକ୍ଷିଣେଶ୍ୱର ଜେନା, ରଶ୍ମିତା ନାୟକ, ଆଶାଜ୍ୟୋତି ଦାସ, ଚିଦାନନ୍ଦ ସୂତାର, ଦେବାଶିଷ ଦାସ, ପ୍ରଜ୍ଞାରାଣୀ ବେହେରା, ରାଜଲକ୍ଷ୍ମୀ ଜେନା, ପୂଜା ମହାପାତ୍ର, ସୀମା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପାତ୍ର, ହେମନ୍ତ କୁମାର ରଣା, ବିଷ୍ଣୁପ୍ରିୟା ସାହ, ଅରୁଣ କୁମାର ଦଳବେହେରା, ସନ୍ତୋଷ କୁମାର ଦାଶ, ମୋନାଲିସା ବାରିକ, କାହ୍ନୁ ଚରଣ ଜେନା, କ୍ଲି ନ ଶବର, ରାଜେନ୍ଦ୍ର ମାଝି, ମାଧବାନନ୍ଦ ପାତ୍ର, କନକ ମଞ୍ଜରି ପଟ୍ଟନାୟକ, ମାଧୁରୀ ବେହେରା, ସସ୍ମିତା ସାହ, କରୁଣାରେ ସିଂହ, ଦେବୀରାଣୀ ଜେନା, ସ୍ୱପନ କୁମାର ଘୋଷ, କାବେରୀ ସାହୁ , ଜିତେନ୍ଦ୍ର ବିଶ୍ୱାଳ, ସନ୍ଧ୍ୟାରାଣୀ ପାଢୀ, ସିମ୍‌ରନ୍ ମହାପାତ୍ର, ସ୍ରୁଭା ବିଶ୍ୱାଳ, ରଶ୍ମିରଞ୍ଜନ ସ୍ୱାଇଁ, ସୁମିତ୍ରା ମନ୍ତ୍ରୀ, ଫୁଲ ମଣି ସୋରେନ୍‌, ଶିବଶଙ୍କର ଦାସ, ରୋଜି ମଲିକ, ବ୍ରଜମୋହନ ମେହେର, ନିର୍ମଳା କୁମାରି ମହାପାତ୍ର, ଅମ୍ବିକା ସାହୁ, ବିଶ୍ୱଜିତ ହୋତା, ସୌମ୍ୟଶ୍ରୀ ମହାପାତ୍ର , ରଶ୍ଚିରେଖା ନାୟକ, ମାଧବାନନ୍ଦ ପାତ୍ର, ସୁବାସ ଚନ୍ଦ୍ର ବେହେରା, ବିଶ୍ୱଜିତ୍ ବେହେରା, ସାଉନା କିସ୍କ, କୃତିରାଣୀ ପୃଷ୍ଟି, ସ୍ନେହଲତା ପୃଷ୍ଟି, ସେବତୀ ବେହେରା, ଦିଲ୍ଲୀପ କୁମାର ସ୍ୱାଇ, ପ୍ରୀତିପୂର୍ବା ମହାନ୍ତି, ସ୍ୱୟଂବରା ଭୋଇ, ଫୁଲମଣି ସୋରେନ୍‌, ଧିରେନ୍ଦ୍ର ବେହେରା, ମମତା ମଞ୍ଜରୀ ନାୟକ, ଜୀତେନ୍ଦ୍ର କୁମାର ପଣ୍ଡା, ବିଦେଶୀ ଭଂଜ, ସରୋଜ ରଞ୍ଜନ ପଟ୍ଟନାୟକ, ଶୈଳେନ୍ଦ୍ର କୁମାର ଜେନା, ବିଖ୍ୟାତ ବିହାରୀ ମିଶ୍ର, ପ୍ରବୀଣା ପରିଡା, ସରୋଜିନୀ ପାଣି, ବ୍ରଜମୋହନ ମେହର, ଶରତ କୁମାର ପାଢୀ, କବି ବେଦ ପ୍ରକାଶ ନାୟକ, ଚନ୍ଦନଲାଲା ତେୱାର, ଦିଲ୍ଲୀପ କୁମାର ବେହୁରା, ମଞ୍ଜୁଳା କର, ବିଶ୍ୱଜିତ୍ ବେହେରା, ଡକ୍ଟର ଆରତି କର, ଦେବ୍ରାଜ ମିଶ୍ର, ଶୈଳେନ୍ଦ୍ର କୁମାର ଜେନା, ପବିତ୍ର ସାହୁ, ଡକ୍ଟର ମଜୀନ୍ଦ୍ର କୁମାର ମେହେର୍‌, ଶ୍ରୀ ରମେଶଚନ୍ଦ୍ର ନାୟକ, ବିରାଜ ମୋହନ ଦାସ, ସୌଦାମିନୀ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ସଂଘମିତ୍ରା ଭଂଜ, ରମେଶ ପ୍ରସାଦ ମହାନ୍ତ, ଜୟନ୍ତ କୁମାର ମଲ୍ଲିକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଇନ୍ଦ୍ରମଣି ଜେନା ।

ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ

ବର୍ଷ

୨୦୧୪

୨୦୧୫

୨୦୧୬

୨୦୧୭

୨୦୧୮

୨୦୧୯

୨୦୨୦

ଯୋଗ୍ୟ ପ୍ରାର୍ଥୀ

ଶତ୍ରୁଜିତ୍

ଡ. ଦେବେନ୍ଦ୍ର କୁମାର ପତି

ଡ. ଦେବାଶିଷ ପାତ୍ର

ସରୋଜ ବଳ

ମହେଶ୍ୱର ପରିଡା

ଶୈଳେନ୍ଦ୍ର କୁମାର ଜେନା

ଡକ୍ଟର ସଂଘମିତ୍ରା ଭଂଜ

ତାଳପଦେଶ୍ବରୀ ସାହିତ୍ୟ ଆସରର ରଜତ ଜୟନ୍ତୀ ସମାରୋହ

ତାଳପଦେଶ୍ବରୀ ସାହିତ୍ୟ ଆସରର ରଜତ ଜୟନ୍ତୀ ଉଦଯାପନ ସମାରୋହ ୨୦୨୨ ମସିହା ସେପ୍ଟେମ୍ବର ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ବାଣୀବିହାର ସ୍ନାତକୋତ୍ତର ଶିକ୍ଷା ପରିଷଦ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା।
୧୦ ତାରିଖ ଦିନ ଅନୁଷ୍ଠିତ ପ୍ରଥମ ଦିନର ପ୍ରଥମ ଅଧିବେଶନକୁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ ଉଦଘାଟନ କରି ଦୀର୍ଘ ୨୬ ବର୍ଷ ଧରି ବାଣୀବିହାର ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି ସାହିତ୍ୟ ଅନୁଷ୍ଠାନ ଚାଲୁଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏଣିକି ଆସରର ଦାୟିତ୍ଵ ନେବାକୁ ସେ ବିଭାଗୀୟ ମୁଖ୍ୟ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକା ଡକ୍ଟର ଅର୍ଚ୍ଚନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଅନୁଭବ ଓ ସୃଜନଶୀଳତା ଭରା ସାହିତ୍ୟ ସବୁବେଳେ ଶ୍ରେଷ୍ଠ ରଚନା ଭାବରେ ବିବେଚିତ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ତଥା ” କଥା” ପତ୍ରିକାର ସମ୍ପାଦକ ଡକ୍ଟର ଗୈାରହରି ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସତ୍ୟ, ସମ୍ବେଦନଶୀଳତା, ସହାନୁଭୂତି ଓ ଅନୁକମ୍ପା ସାହିତ୍ୟ ସୃଷ୍ଟି କରେଇଥାଏ। ଇଟା ପଥରରେ ତିଆରି ପ୍ରାସାଦ ନଷ୍ଟ ହୋଇଯାଇପାରେ, କିନ୍ତୁ ଅକ୍ଷର ଓ ଶବ୍ଦରେ ତିଆରି ପ୍ରାସାଦ କେବେ ବି ନଷ୍ଟ ହୁଏ ନାହିଁ ବୋଲି ସେ ଦର୍ଶାଇଥିଲେ। ଆସରର ପୃଷ୍ଠପୋଷକ ଡାକ୍ତର ଇନ୍ଦ୍ରମଣି ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆସର ସହିତ ତାଙ୍କ ସମ୍ପୃକ୍ତି ଓ ସାହିତ୍ୟର ବିକାଶରେ ଆସରର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।
ଆସରର ସଭାପତି ଅମୂଲ୍ୟ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରଥମ ଅଧିବେଶନରେ ଆସରର ଉପଦେଷ୍ଟା ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଓତା ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ସୁଧାଂଶୁ ସାହୁ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସରିତା ଆଚାର୍ଯ୍ୟ ବନ୍ଦନା ଗାନ କରିଥିବା ବେଳେ ବିଭୁଦତ୍ତ ଦାଶ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ୨୦୨୧ ମସିହା ପାଇଁ ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ଓ ୨୦୨୨ ମସିହା ପାଇଁ ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ସତ୍ୟଜିତ୍ ଦାସଙ୍କୁ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ବରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସନ୍ଦୀପ ମହାପାତ୍ରଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଅସିତ୍ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ସେଦିନ ଅପରାହ୍ନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ରଜତ ଜୟନ୍ତୀ ଉଦଯାପନ ସମାରୋହ ଅଭ୍ୟର୍ଥନା କମିଟି ସଭାପତି ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ସଭାପତିତ୍ବ କରିଥିଲେ। କବି ପ୍ରସନ୍ନ ସ୍ବାଇଁ ଅତିଥି ଭାବେ ଯୋଗଦେଇ ଓଡ଼ିଆ କାବ୍ୟ ପରମ୍ପରା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ। ଆସରର ସହ ସମ୍ପାଦକ ପ୍ରୀତମ୍ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ବହୁ ଅତିଥି ଓ ଛାତ୍ରଛାତ୍ରୀ କବିତା ପାଠ କରିଥିଲେ। ଶେଷରେ ପୂର୍ବତନ ସଭାପତି ଡକ୍ଟର ଦିଲୀପ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ୧୧ ତାରିଖରେ ଅନୁଷ୍ଠିତ ଶେଷ ଦିନର କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ବିଶିଷ୍ଟ କବୀ ଡକ୍ଟର ଅପର୍ଣ୍ଣା ମହାନ୍ତି ମୁଖ୍ୟ ବକ୍ତା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ପରିଷଦ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦୁର୍ଗା ଶଙ୍କର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଆସରର ଦୀର୍ଘ ଜୀବନ କାମନା କରିବା ସହିତ ସାହିତ୍ୟର ବିଭିନ୍ନ ବିଭବ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ନିଜକୁ ଆସରର ଜଣେ ପୁରାତନ ସଦସ୍ୟ ବୋଲି ଦର୍ଶାଇ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ଆସରର ଏକ ସ୍ବତନ୍ତ୍ର ଅଧିବେଶନ କରିବାକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟ ବକ୍ତା ଡକ୍ଟର ଅପର୍ଣ୍ଣା ମହାନ୍ତି, ସତ୍ ସାହିତ୍ୟ ହିଁ ପାଠକଙ୍କୁ ଅଙ୍ଗେ ନିଭା କଥା ଭଳି ଲାଗିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ବାଣୀବିହାର ଅଛି, ସେ ପର୍ଯ୍ୟନ୍ତ ଆସର ବଞ୍ଚି ରହିବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆସରକୁ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଆସରର ପୂର୍ବତନ ସଭାପତି ଶତ୍ରୁଜିତ୍ ଙ୍କ ସଭାପତିତ୍ବରେ ତଥା ବରିଷ୍ଠ ସଦସ୍ୟ ଡକ୍ଟର ସନ୍ଦୀପ ମହାପାତ୍ରଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଓତା ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଆସରର ବର୍ତ୍ତମାନର ସଭାପତି ଅମୂଲ୍ୟ କୁମାର ଦାଶ ଆସରର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ରଜତ ଜୟନ୍ତୀ ଉଦଯାପନ ସମାରୋହ ଅଭ୍ୟର୍ଥନା କମିଟି ସଭାପତି ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନରେ ସରୋଜ ବଳଙ୍କ ସଂଯୋଜନାରେ ଅନୁଷ୍ଠିତ ମୁକ୍ତ ମଞ୍ଚରେ ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକ ଅତିଥି ରୂପେ ଯୋଗଦେଇଥିଲେ। ପୂର୍ବତନ ସଭାପତି ଡକ୍ଟର ଦିଲୀପ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।
ଆସରର ସଦସ୍ୟ ସଦସ୍ୟାମାନେ ଦୁଇ ଦିନର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ସମ୍ପାଦକ ସୁଧାଂଶୁ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Talapadeswari Rajata Jayanti PDF can be downloaded here

Talapadeswari Sahitya Ashar can be downloaded here